ସ୍ୱର୍ଗଦ୍ୱାର ସେବା ସମିତି

Siddharth Shankar Swain (I.A.S)
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ପୁରୀ
ଏକ୍ସ ଅଫିସିଓ ଚେୟାର ମ୍ୟାନ

ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଭିତ୍ତି ଭୂମି ବିକାଶ ଓ ଏଠାକୁ ନିଜର ଆତ୍ମୀୟସ୍ୱଜନ ଶବଦାହ ପାଇଁ ଆସୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି(ଏସ .ଏସ .ଏସ) ପ୍ରତିଷ୍ଠିତ ହୋଇଛି। ଏହା ଏକ ଅଣ ଲାଭକାରି ଅଣ ରାଜନୈତିକ ସଂସ୍ଥା ଅଟେ । ଯାହାକି ସାମାଜିକ ପଞ୍ଜିକରଣ ଆଇନ ୧୮୬୦ ମାଧ୍ୟମରେ ପଞ୍ଜ୍ଜିକୃତ । ପୁରୀ ଜିଲ୍ଲାପାଳ ସ୍ୱର୍ଗଦ୍ୱାର ସେବା ସମିତିର ଅଧ୍ୟକ୍ଷ ଭାବରେ ଏବଂ ଉପଜିଲ୍ଲାପାଳ ଏହାର ଆବାହକ ସମ୍ପାଦକ ଭାବରେ କାର୍ଯ୍ୟ କରନ୍ତି । ଏହା ବ୍ୟତିତ ଅନ୍ୟ ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ କ୍ଷେତ୍ରରୁ ତିନିଜଣ ମନୋନୀତ ସାମାଜିକ ପ୍ରତିନିଧି, ସ୍ୱର୍ଗଦ୍ୱାର ସେବା ସମିତି(ଏସ .ଏସ .ଏସ)ର ସଦସ୍ୟ ଭାବେ ମନୋନୀତ ହୋଇଥାନ୍ତି।

 ହିନ୍ଦୁ ପୌରାଣିକ କଥା ଅନୁଯାଇ ପୁରୀ ସ୍ୱର୍ଗଦ୍ୱାର ପ୍ରାଚୀନ କାଳରୁ ସ୍ୱର୍ଗକୁ ପ୍ରବେଶ ପଥ ବୋଲି ମାନ୍ୟତା ରହିଛି ଏବଂ ହିନ୍ଦୁ ମାନଙ୍କର ଅନ୍ତିମ ବିଶ୍ରାମର ଏହା ଏକ ପବିତ୍ର ସ୍ଥାନ ବୋଲି କୋଟି କୋଟି ହିନ୍ଦୁ ବିଶ୍ୱାସ କରନ୍ତି । ଏହି ଧାର୍ମିକ ଭାବନା ଓ ଆସ୍ଥାକୁ ଧ୍ୟାନରେ ରଖି ଓଡିଶା ରାଜ୍ୟ ସରକାର ସ୍ୱର୍ଗଦ୍ୱାର ପରିବେଶକୁ ସୁନ୍ଦର,ବ୍ୟବସ୍ଥିତ କରିବା ସହିତ ଏଠାକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷିତ ଏବଂ ବାଧାରହିତ ସେବା ପ୍ରଦାନ ଉଦେଶ୍ୟରେ ସ୍ୱର୍ଗଦ୍ୱାର ସେବାସମିତି ଗଠନ କରିଛନ୍ତି ।ଯାହା ସାମାଜିକ ପଂଜିକୃତ ଆଇନ ୧୮୬୦ ଆଧାରରେ ଗଠିତ । ସ୍ୱର୍ଗଦ୍ୱାରକୁ ଦାହ ସଂସ୍କାର ପାଇଁ ଅଣାଯାଉଥିବା ପାର୍ଥିବ ଶରୀରକୁ ସମ୍ନାନ ଜନକ ଭାବେ ସଂସ୍କାର କରିବା ଏବଂ ଶୋକାକୁଳ ବନ୍ଧୁ ପରିଜନଙ୍କୁ ସମସ୍ତ ସେବା ପ୍ରଦାନ ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ମାଧ୍ୟମରେ ଏକକ ଗବାକ୍ଷ ବା ସିଙ୍ଗଲ ଉଇଣ୍ଡୋ କାଉଣ୍ଟର ର ବ୍ୟବସ୍ଥା କରିଛନ୍ତି ।ସ୍ୱର୍ଗଦ୍ୱାର ସେବା କେନ୍ଦ୍ରରେ ବାଧାରହିତ ସେବା ପ୍ରଦାନ ପାଇଁ ଶତାଧିକ ସେବକ ନିୟୋଜିତ ଅଛନ୍ତି ।

ସ୍ୱର୍ଗଦ୍ୱାର ସେବା କେନ୍ଦ୍ର

ସ୍ୱର୍ଗଦ୍ୱାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସବୁ ପ୍ରକାର ସେବା ଯୋଗାଇବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ଦ୍ୱାରା ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ପ୍ରତିଷ୍ଠିତ । ଏହି ସେବା କେନ୍ଦ୍ର ଅଧୀନରେ ୧୫୦ ରୁ ଉର୍ଦ୍ଧ୍ବ ସେବକ କାର୍ଯ୍ୟରତ । ଦାହ କାର୍ଯ୍ୟ ପାଇଁ ସଂସ୍କାର ସେବକ, ଶ୍ରାଦ୍ଧ କାର୍ଯ୍ୟ ପାଇଁ ବ୍ରାହ୍ମଣ ,ସୁରକ୍ଷା ପାଇଁ ସୁରକ୍ଷା ସେବକ ,ପରିମଳ କାର୍ଯ୍ୟପାଇଁ ପରିମଳ ସେବକ, ପ୍ରଶାସନ କାର୍ଯ୍ୟ ତଦାରଖ ପାଇଁ କନିଷ୍ଠ ସେବକ, ସହାୟକ ସେବକ ଇତ୍ୟାଦି ସ୍ୱର୍ଗଦ୍ୱାର ମୁଖ୍ୟ ସେବକଙ୍କ ତତ୍ୱାବଧାନରେ ଦିବାରାତ୍ର କାର୍ଯ୍ୟ କରିଥାନ୍ତି ।