ସ୍ୱର୍ଗଦ୍ୱାର

ଭାରତର ଅନ୍ୟତମ ପବିତ୍ର ଶ୍ମଶାନ 'ସ୍ୱର୍ଗଦ୍ୱାର' ପୁରୀର ବଙ୍ଗୋପସାଗର ( ଯାହା ମହୋଦଧି ନାମରେ ଜଣା ଯାଏ ) କୂଳରେ ଅବସ୍ଥିତ । ସ୍ୱର୍ଗଦ୍ୱାର ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦିଗରେ ଶ୍ରୀମନ୍ଦିର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅବସ୍ଥିତ । ସମଗ୍ର ଦେଶର କୋଟି କୋଟି ହିନ୍ଦୁ ବିଶ୍ୱାସ କରନ୍ତି ଯେ ସ୍ୱର୍ଗଦ୍ୱାରରେ ଶରୀରକୁ ଦାହ କଲେ ମୃତ ବ୍ୟକ୍ତିର ଆତ୍ମା ଚରମ ପରିତ୍ରାଣ ଲାଭ କରିଥାଏ ।

ଏହି ପବିତ୍ର ସ୍ୱର୍ଗଦ୍ୱାର ନିକଟରେ ଥିବା ସମୁଦ୍ର (ମହୋଦଧି)କୁ ପ୍ରତ୍ୟକ ଅମାବାସ୍ୟାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଅମାବାସ୍ୟା ନାରାୟଣ ରୂପରେ ପରିଦର୍ଶନ କରିଥାନ୍ତି । ଯାହାକି ଜଗନ୍ନାଥଙ୍କ ଶ୍ୱଶୁରାଳୟ ବୋଲି କୁହାଯାଏ। ସ୍କନ୍ଦ ପୁରାଣରେ ଥିବା ପୁରୁଷୋତ୍ତମ ମାହାତ୍ମ୍ୟ ବର୍ଣିତ ସ୍ୱର୍ଗଦ୍ୱାର ପ୍ରଶସ୍ତି ଅନୁଯାୟୀ ପ୍ରତିଦିନ ଏହି ପବିତ୍ର ସ୍ଥାନ ଦେଇ ସ୍ୱର୍ଗଲୋକକୁ ଦେବା ଦେବୀଗଣ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଧରାବତରଣ କରିଥାନ୍ତି ।ଏହା ବ୍ୟତୀତ ସ୍ୱର୍ଗଦ୍ୱାରକୁ ନେଇ ଅନେକ ଲୋକ କଥା ଓ କାହାଣୀ ମଧ୍ୟ ରହିଛି।ଏହି ଶବଦାହ ସ୍ଥଳରେ ଶ୍ମଶାନକାଳୀ,ଚିନ୍ମୟେସ୍ୱର ଓ ଭୂତନାଥ ଭଳି ପ୍ରାଚୀନ ମନ୍ଦିର ଅବସ୍ଥିତ ଅଛି।

ସ୍ୱର୍ଗଦ୍ୱାର ସେବା ସମିତି

ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଭିତ୍ତି ଭୂମି ବିକାଶ ଓ ଏଠାକୁ ନିଜର ଆତ୍ମୀୟସ୍ୱଜନ ଶବଦାହ ପାଇଁ ଆସୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି(ଏସ .ଏସ .ଏସ) ପ୍ରତିଷ୍ଠିତ ହୋଇଛି। ଏହା ଏକ ଅଣ ଲାଭକାରି ଅଣ ରାଜନୈତିକ ସଂସ୍ଥା ଅଟେ । ଯାହାକି ସାମାଜିକ ପଞ୍ଜିକରଣ ଆଇନ ୧୮୬୦ ମାଧ୍ୟମରେ ପଞ୍ଜ୍ଜିକୃତ । ପୁରୀ ଜିଲ୍ଲାପାଳ ସ୍ୱର୍ଗଦ୍ୱାର ସେବା ସମିତିର ଅଧ୍ୟକ୍ଷ ଭାବରେ ଏବଂ ଉପଜିଲ୍ଲାପାଳ ଏହାର ଆବାହକ ସମ୍ପାଦକ ଭାବରେ କାର୍ଯ୍ୟ କରନ୍ତି । ଏହା ବ୍ୟତିତ ଅନ୍ୟ ବିଭାଗର ଅଧିକାରୀଙ୍କ ସହିତ ବିଭିନ୍ନ କ୍ଷେତ୍ରରୁ ତିନିଜଣ ମନୋନୀତ ସାମାଜିକ ପ୍ରତିନିଧି, ସ୍ୱର୍ଗଦ୍ୱାର ସେବା ସମିତି(ଏସ .ଏସ .ଏସ)ର ସଦସ୍ୟ ଭାବେ ମନୋନୀତ ହୋଇଥାନ୍ତି।

ପରିଚାଳନା ପରିଷଦ ସଦସ୍ୟ

NEW DM

ବିଜୟ କୁମାର ଦାଶ (ଜିଲ୍ଲାପାଳ)
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ପୁରୀ

ଏକ୍ସ ଅଫିସିଓ ଚେୟାର ମ୍ୟାନ

SP PURI2

ଶ୍ରୀ ପିନାକ ମିଶ୍ର



(ଆଇ.ପି .ଏସ)



ଆରକ୍ଷୀ ଅଧିକ୍ଷକ, ପୁରୀ

କମିଟି ସଦ୍ୟସ

SUB COLLECTOR

ଶ୍ରୀ ଗୋପୀନାଥ କୁଅଁର (ଉପ ଜିଲ୍ଲାପାଳ) ପୁରୀ
ଏକ୍ସ ଅଫିସିଓ ଆବାହକ ସମ୍ପାଦକ

CASH

ତନ୍ମୟ କୁମାର ଦାସ
ଡେପୁଟି କଲେକ୍ଟର

ଏକ୍ସ ଅଫିସିଓ କୋଷାଧକ୍ଷ

ofdc

ରୁଦ୍ରମଣି ସାହୁ
ଡ଼ିଭିଜନାଲ ମ୍ୟାନେଜେର (ଓ . ଏଫ . ଡି. ସି , ବି.ବି.ଏସ. ଆର)

କମିଟି ସଦ୍ୟସ

EO

ମନୋଜ କୁମାର ବେହେରା
କାର୍ଯ୍ୟ ନିର୍ବାହୀ ଅଧିକାରୀ (ପୌରପାଳିକା, ପୁରୀ )

କମିଟି ସଦ୍ୟସ

ବିଜୟ ନରାୟଣ ରାମାନୁଜ ଦାସ ଗୁରୁ
ମହନ୍ତ (କଟକୀ ମଠ )

ମନୋନୀତ ସଦସ୍ୟ , ପରିଚାଳନା କମିଟି

talucha (1)

ତଳୁଚ୍ଛ ନୀଳକାନ୍ତ ମହାପାତ୍ର
(ଶ୍ରୀ ମନ୍ଦିର ସେବାୟତ )

ମନୋନୀତ ସଦସ୍ୟ , ପରିଚାଳନା କମିଟି

ସିଦ୍ଧାର୍ଥ ରାୟ
(ସାମାଜିକ କର୍ମୀ )

ମନୋନୀତ ସଦସ୍ୟ , ପରିଚାଳନା କମିଟି

ଆମ ସହିତ ଯୋଗାଯୋଗ କରନ୍ତୁ

ସ୍ଥାନ

ସ୍ୱର୍ଗଦ୍ୱାର , ପୁରୀ

ଓଡିଶା, ଭାରତ

କାର୍ଯ୍ୟ ସମୟ

୨୪ ଘଣ୍ଟା

ବର୍ଷ ତମାମ

ସମ୍ପର୍କ କରନ୍ତୁ

ଫୋନ: ୦୬୭୫୨-୨୯୧୨୯୧

ଇମେଲ:swargadwarapuri@gmail.com