ମିଳୁଥିବା ସେବା

ହରିଶ୍ଚନ୍ଦ୍ର ସହାୟତା ଯୋଜନା

ଓଡିଶାରେ ବସ ବାସ କରୁଥିବା ଗରିବ ତଥା ନିଃସହାୟ ପରିବାର ବ୍ୟକ୍ତି ମାନଙ୍କର ଶବ ସଂସ୍କାରକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଓଡିଶା ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନା ପ୍ରଦାନ କରୁଛନ୍ତି । ଏହି ଯୋଜନାରେ ଉକ୍ତ ବ୍ୟକ୍ତି ପରିବାର ଲୋକଙ୍କୁ ଦାହ ସଂସ୍କାର ପାଇଁ ବିଭିନ୍ନ ସେବା ଓ ସାମଗ୍ରୀ ଯଥା କାଠ, ମୁଖାଗ୍ନି, ପଥଶ୍ରାଦ୍ଧ ସାମଗ୍ରୀ, ଦାହକ, ବ୍ରାହ୍ମଣ(ଆବଶ୍ୟକ ସ୍ଥଳେ) ଯୋଗାଇ ଦିଆଯାଇ ଥାଏ । ଯାହାର ମୂଲ୍ୟ ସର୍ବାଧିକ ୪୦୦୦/- ଟଙ୍କା ଅଟେ ।

ସାଧାରଣ ଯୋଜନା

ନିଜ ପରିବାରର ମୃତ ବ୍ୟକ୍ତିଙ୍କ ଦାହ ସଂସ୍କାର କାର୍ଯ୍ୟ ସ୍ୱର୍ଗଦ୍ୱାର ଠାରେ ନିଜ ଖର୍ଚ୍ଚରେ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସ୍ୱର୍ଗଦ୍ୱାରା ସେବା କେନ୍ଦ୍ର ମାଧ୍ୟମରେ ସମସ୍ତ ସେବା ଓ ସାମଗ୍ରୀ ଯଥା କାଠ , ମୁଖାଗ୍ନି ପଥଶ୍ରାଦ୍ଧ ସାମଗ୍ରୀ, କୋକେଇ, ଦାହକ, ବ୍ରାହ୍ମଣ ଓ ସଂସ୍କାର ଜନିତ ସାମଗ୍ରୀ ସ୍ଥିରୀକୃତ ମୂଲ୍ୟ ରେ ଯୋଗାଇ ଦିଆଯାଇ ଥାଏ ।

ସ୍ୱର୍ଗରଥ

ମୃତ ବ୍ୟକ୍ତିଙ୍କୁ ସମ୍ମାନରେ ସ୍ୱର୍ଗଦ୍ୱାରକୁ ସଂସ୍କାର କ୍ରିୟା ନିମନ୍ତେ ଆଣିବାପାଇଁ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ସ୍ୱର୍ଗରଥର ବ୍ୟବସ୍ଥା ରହିଛି । ଏହା ଏକ ପ୍ରିପେଡ୍ ସେବା ବ୍ୟବସ୍ଥା ଅଟେ । ସ୍ୱର୍ଗଦ୍ୱାରଠାରୁ ପୌରପାଳିକା ଅଞ୍ଚଳ ମଧ୍ୟରେ ଏହାର ଦେୟ ୭୫୦/- (ସାତସହ ପଚାଶ ଟଙ୍କା ) ଏବଂ ପୌରପାଳିକା ଅଞ୍ଚଳଠାରୁ ଦଶ କିଲୋମିଟର ମଧ୍ୟରେ ୧୨୦୦/- (ବାରସହ ଟଙ୍କା ) ରହିଚି । ଏହି ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ । ବୁକିଂ ନିଶ୍ଚିନ୍ତ କରିବା ପାଇଁ ଟେଲିଫୋନ ନମ୍ବର(୦୬୭୫୨-୨୯୧୨୯୧) କିମ୍ବା ମୋବାଇଲ ନମ୍ବର(+୯୧-୮୨୮୦୪୯୮୪୯୭) ରେ ଯୋଗାଯୋଗ କରନ୍ତୁ ।

ଶବ ସଂରକ୍ଷଣ ଶୀତଳ ଯନ୍ତ୍ର

ସ୍ୱର୍ଗଦ୍ୱାର ଠାରେ ମୃତ ବ୍ୟକ୍ତିଙ୍କ ଶବକୁ ସଂରକ୍ଷିତ ରଖିବା ପାଇଁ ଶବ ସଂରକ୍ଷଣ ଶୀତଳ ଯନ୍ତ୍ର ରହିଛି । ଯେ କୌଣସି ବ୍ୟକ୍ତି ଶବ ସଂରକ୍ଷଣ ଶୀତଳ ଯନ୍ତ୍ରକୁ ନିଜ ଖର୍ଚ୍ଚରେ ଘରକୁ ନେଇ ସଂରକ୍ଷିତ କରିପାରିବେ ।ଏହି ସେବା କେବଳ ପୌରପାଳିକା ଅଞ୍ଚଳ ମଧ୍ୟରେ ଉଦ୍ଧିଷ୍ଟ । ସ୍ୱର୍ଗଦ୍ୱାର ଠାରେ ମୃତ ବ୍ୟକ୍ତିଙ୍କ ଶବକୁ ଶବ ସଂରକ୍ଷଣ ଶୀତଳ ଯନ୍ତ୍ର ମଧ୍ୟରେ ରଖିପାରିବେ । ଏହା ଏକ ପ୍ରିପେଡ୍ ସେବା ଅଟେ । ଏଥି ପାଇଁ ୨୪ ଘଣ୍ଟାକୁ ୧୦୦୦/- ଟଙ୍କା ପୈଠ କରିବାକୁ ପଡେ । ଏହି ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ । ବୁକିଂ ନିଶ୍ଚିନ୍ତ କରିବାପାଇଁ ଟେଲିଫୋନ ନମ୍ବର(୦୬୭୫୨-୨୯୧୨୯୧) କିମ୍ବା ମୋବାଇଲ ନମ୍ବର(+୯୧-୮୨୮୦୪୯୮୪୯୭) ରେ ଯୋଗାଯୋଗ କରନ୍ତୁ ।

ଏକକ ଗବାକ୍ଷ ବା ସିଙ୍ଗଲ ଉଇଣ୍ଡୋ

ସ୍ୱର୍ଗଦ୍ୱାର ଠାରେ ଦାହ ସଂସ୍କାର କାର୍ଯ୍ୟକୁ ବ୍ୟବସ୍ଥିତ, ଶୃଙ୍ଖଳିତ ଓ ତ୍ୱରାନ୍ନିତ କରିବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ଦ୍ୱାରା ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ମାଧ୍ୟ୍ୟମରେ ଏକକ ଗବାକ୍ଷ ବା ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା କରାଯାଇଛି । ଏହି ଏକକ ଗବାକ୍ଷ ମାଧ୍ୟ୍ୟମରେ ଦାହ ସଂସ୍କାର କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଓ ସେବା ଯଥା କାଠ, ସଂସ୍କାର ସେବକ, ବ୍ରାହ୍ମଣ ସେବକ,ସଂସ୍କାର ସାମଗ୍ରୀ,ଶବ ସଂରକ୍ଷଣ ଶୀତଳ ଯନ୍ତ୍ର ଓ ସ୍ୱର୍ଗ ରଥ ଇତ୍ୟାଦି ସମସ୍ତ ସେବା ଉପଲବ୍ଧ ଅଟେ । ଏହି ଏକକ ଗବାକ୍ଷ ବର୍ଷ ତମାମ ୨୪ ଘଣ୍ଟା କାର୍ଯ୍ୟ କରେ ।

ଶବଦାହ କାଠ

ସ୍ୱର୍ଗଦ୍ୱାର ଠାରେ ଦାହ ସଂସ୍କାର କାର୍ଯ୍ୟ ପାଇଁ ସରକାରୀ ଦରରେ କାଠ ଯୋଗାଣ ନିମନ୍ତେ ଓଡିଶା ବନ ବିଭାଗ ତରଫରୁ ଏକ ବିକ୍ରୟ କେନ୍ଦ୍ର ଖୋଲା ଯାଇଛି । ବର୍ତ୍ତମାନ କାଠର ସରକାରୀ ମୂଲ୍ୟ ଏକ କ୍ୟୁଣ୍ଟାଲ କୁ ୯୦୦/- ଟଙ୍କା (ନଅସହ ଟଙ୍କା) ରେ ଯୋଗାଇ ଦିଆଯାଉଛି । ବର୍ତ୍ତମାନ କାଠ ଗୁଡିକୁ ସଂସ୍କାର କାର୍ଯ୍ୟ ପାଇଁ ଉଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ପରିବହନ କରିବା ପାଇଁ ଟ୍ରଲି ସହିତ ପରିବହନ ସେବକ ମଧ୍ୟ ଉପଲବ୍ଧ ଅଟନ୍ତି । ସାଧାରଣ ଯୋଜନା ଅନ୍ତରଭୁକ୍ତ ଏହା ଏକ ପ୍ରିପେଡ୍ ସେବା ଅଟେ । ଏହି ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ ।

ପୂଜା ଓ ଶ୍ରାଦ୍ଧସାମଗ୍ରୀ

ସ୍ୱର୍ଗଦ୍ୱାରକୁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସୁଲଭ ମୂଲ୍ୟରେ ଦାହ ସଂସ୍କାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସଂସ୍କାର ସାମଗ୍ରୀ ଯଥା ମୁଖାଗ୍ନି ଏବଂ ପଥଶ୍ରାଦ୍ଧ ସାମଗ୍ରୀ, ମାଟିହାଣ୍ଡି, ଧୋତି, ଶାଢ଼ୀ, କୋକେଇ, ଇତ୍ୟାଦି ଉପଲବ୍ଧ କରିବା ପାଇଁ ଏକ ସ୍ୱତନ୍ତ୍ର ଖୁଚୁରା ବିକ୍ରୟ କେନ୍ଦ୍ର ରହିଛି । ଏହି ବିକ୍ରୟ କେନ୍ଦ୍ର ଓଡିଶା ସରକାରଙ୍କ ଓରମାସ, ପୁରୀ ଦ୍ୱାରା ପରିଚାଳିତ। ସାଧାରଣ ଯୋଜନା ଅନ୍ତରଭୁକ୍ତ ଏହା ଏକ ପ୍ରିପେଡ୍ ସେବା ଅଟେ । ଏହି ବିକ୍ରୟ ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ ।

ଦାହକ

ସ୍ୱର୍ଗଦ୍ୱାରକୁ ଦାହ ସଂସ୍କାର କାର୍ଯ୍ୟ ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସଂସ୍କାର କାର୍ଯ୍ୟରେ ସହାୟତା ପ୍ରଦାନ ପାଇଁ ସଂସ୍କାର ସେବକ (ଦାହକ ) ଉପଲବ୍ଧ । ସଂସ୍କାର ସେବା ପାଇଁ ଦାହକ ମାନଙ୍କର ସରକାରୀ ସ୍ୱୀକୃତି ପ୍ରାପ୍ୟ ମୂଲ୍ୟ ୬୫୦/- (ଛସହପଚାଶ ଟଙ୍କା ) ଅଟେ । ସାଧାରଣ ଯୋଜନା ଅନ୍ତରଭୁକ୍ତ ଏହା ଏକ ପ୍ରିପେଡ୍ ସେବା ଅଟେ । ଏହି ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ ।

ବ୍ରାହ୍ମଣ

ସ୍ୱର୍ଗଦ୍ୱାରକୁ ଦାହ ସଂସ୍କାର କାର୍ଯ୍ୟ ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶ୍ରାଦ୍ଧ କର୍ମରେ ସହାୟତା ପ୍ରଦାନ ପାଇଁ ବ୍ରାହ୍ମଣ ସେବକ(ପୂଜକ) ଉପଲବ୍ଧ । ଶ୍ରାଦ୍ଧକର୍ମ ପାଇଁ ବ୍ରାହ୍ମଣ ମାନଙ୍କର ସରକାରୀ ସ୍ଥିରୀକୃତ ପ୍ରାପ୍ୟ ମୂଲ୍ୟ ୪୫୦/- (ଚାରିସହପଚାଶ ଟଙ୍କା) ଅଟେ । ସାଧାରଣ ଯୋଜନା ଅନ୍ତରଭୁକ୍ତ ଏହା ଏକ ପ୍ରିପେଡ୍ ସେବା ଅଟେ । ଏହି ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ।

ଜଳପାନ

ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ସ୍ଵଛ ଓ ପରିସ୍କାର ସ୍ଥାନରେ ଜଳପାନର ବ୍ୟବସ୍ତା ରହିଛି । ଏହି ଜଳପାନ କାଉଣ୍ଟର(ଓ.ଟି.ଡି.ସି ) ଦ୍ୱରା ପରିଚାଳିତ । ଏହା ଏକ ପ୍ରିପେଡ଼ ସେବା ଅଟେ । ଏହି ସେବା ବର୍ଷ ତମାମ ୨୪ ଘଣ୍ଟା ଉପଲବ୍ଧ ଅଟେ।